ବାଲେଶ୍ଵର : ବାଲେଶ୍ୱର ଜିଲ୍ଲାର ରୂପସା ଥାନା ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ୧୯ ଦିନ ବିତିଯାଇଥିଲେ ମଧ୍ୟ ଦୋଷୀଙ୍କ ବିରୋଧରେ ଏଯାବତ୍ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି।
ଘଟଣା ସମ୍ପର୍କରେ ବାଲେଶ୍ୱରର ଆଡଭୋକେଟ୍ ନିରଞ୍ଜନ ବାନାର୍ଜୀ ରୂପସା ଥାନା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବାକୁ ଦାବି କରିଛନ୍ତି। ଘଟଣା ସମୟର ସିସିଟିଭି ଫୁଟେଜ୍ ଯାଞ୍ଚ କଲେ ଆକ୍ରମଣ ଘଟଣାର ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ବୋଲି ସେ କହିଛନ୍ତି।
ଦୀର୍ଘ ୧୯ ଦିନ ବିତିଯାଇଥିବା ସତ୍ତ୍ୱେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାର ନିରପେକ୍ଷ ତଦନ୍ତ ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଦୋଷୀଙ୍କ ବିରୋଧରେ ଆଇନ ଗତ ପଦକ୍ଷେପ ନେବାକୁ ଦାବି ହୋଇଛି।
ରୂପସା ଥାନା ପରିସରରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ: ୧୯ ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୁନ
















Leave a Reply