ବାଲୁଗାଁ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ବାଲୁଗାଁ ଶାଖାର ଏଟିଏମରୁ ବ୍ୟାଙ୍କକୁ ୨୮ ଲକ୍ଷ ଟଙ୍କା ଆଣୁଥିବା ବେଳେ ଦୁଇ ଦୁର୍ବୃତ୍ତ ଏକ ବାଇକରେ ଆସି ସ୍ପ୍ରେ ମାରି ଝାମ୍ପି ନେବା ଉଦ୍ୟମ କରୁଥିବା ବେଳେ ପଣ୍ଡ ହୋଇଛି ଲୁଟେରାଙ୍କ ଉଦ୍ୟମ। ମାତ୍ର ସେଠାରୁ ଖସି ଫେରାର ହୋଇ ଯିବାକୁ ସକ୍ଷମ ହୋଇଛନ୍ତି ଦୁଇ ଲୁଟେରା। ଲମ୍ବା ଛୁଟି ପରେ ଆଜି ବ୍ୟାଙ୍କ ଖୋଲିଥିଲା। ବ୍ୟାଙ୍କର କ୍ୟାସିୟର ରମେଶ ବେହେରା ଓ କର୍ମଚାରୀ ପ୍ରଶାନ୍ତ ନାୟକ ବ୍ୟାଙ୍କ ନିକଟରେ ଥିବା ଏଟିଏମରୁ ଏକ ବ୍ୟାଗରେ ୨୮ ଲକ୍ଷ ଟଙ୍କା ନେଇ ଚାଲି ଚାଲି ବ୍ୟାଙ୍କକୁ ଆସୁଥିଲେ। ହଠାତ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପ୍ରଶାନ୍ତଙ୍କ ମୁହଁକୁ ସ୍ପ୍ରେ ମାରିଥିଲେ ଏବଂ କ୍ୟାସିୟର ଧରିଥିବା ବ୍ୟାଗକୁ ଝାମ୍ପି ନେବା ପାଇଁ ଉଦ୍ୟମ କରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ଧସ୍ତା ଧସ୍ତି ହେଉଥିବା ସିସିଟିଭି ଫୁଟେଜରେ ସ୍ପଷ୍ଟ ଦେଖାଯାଉଛି। ଧସ୍ତାଧସ୍ତି ବେଳେ ଲୁଟେରା ବିଫଳ ହେବାରୁ ସେଠାରୁ ଖୋର୍ଦ୍ଧା ଅଭିମୁଖେ ଫେରାର ହୋଇଯାଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କ୍ୟାସିୟରଙ୍କ ଠାରୁ ୨୮ ଲକ୍ଷ ଲୁଟ ଉଦ୍ୟମ ପଣ୍ଡ : ଲୁଟେରା ଫେରାର
















Leave a Reply