ଗୁରୁଗ୍ରାମ : ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଗିରଫା ରାଜସ୍ଥାନରୁ ଅଭିଯୁକ୍ତକୁ ଧରିଲା ପୁଲିସା ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍ ମାମଲାରେ ଅଭିଯୁକ୍ତ ଡ୍ରାଇଭର କଲ୍ୟାଣ ବୈଂସଲାକୁ ରାଜସ୍ଥାନର ରାଜଗଡ଼ରୁ ଗିରଫ କରାଯାଇଛି। ସିସିଟିଭି ଭିଡିଓ ଆଧାରରେ ହତ୍ୟା ଉଦ୍ୟମ ମାମଲାରେ ଗିରଫ କରାଯାଇଛି।
ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍ରେ ଜଣେ ମହିଳା ବାଇକ ଚାଳକଙ୍କୁ ଏକ କାର୍ ଧକ୍କା ଦେବା ଘଟଣାକୁ ନେଇ ବିବାଦ ଜୋର ଧରିଛି। ଏପରି କି ଗଣମାଧ୍ୟମରେ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। କାର୍ ଧକ୍କାରେ ଆହତ ହୋଇଥିବା ମହିଳା ହେଉଛନ୍ତି ସିଆ। ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କାର୍ଟି ଧକ୍କା ଦେଇ ପଳାଇଯାଇଥିବା ଅଭିଯୋଗ ହୋଇଛି। ତେଣୁ କାର୍ ଚାଳକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସିଆଙ୍କ ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଦାବି କରିଛନ୍ତି। ପରିବାର ପକ୍ଷରୁ ଏହାକୁ କୌଣସି ସାଧାରଣ ଦୁର୍ଘଟଣା ନୁହେଁ, ବରଂ ଇଚ୍ଛାକୃତ ଭାବେ ବାଇକ୍କୁ ଧକ୍କା ଦେଇ ଜୀବନରୁ ମାରିଦେବାର ଉଦ୍ୟମ ବୋଲି ଅଭିଯୋଗ କରିଥିଲେ। ପରିବାର ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣା ପରେ ସିଆ ଗଭୀର ମାନସିକ ଆଘାତ ଓ ଭୟ ମଧ୍ୟରେ ଅଛନ୍ତି। ସେ ବହୁତ ଭାଗ୍ୟବାନ୍ ଯେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଅନ୍ୟପଟେ ଏହି ମାମଲାର ଅଭିଯୁକ୍ତ କଲ୍ୟାଣ ବୈଂସଲା ନିଜର ସଫେଇ ଦେଇଛନ୍ତି। ସେ ଇଚ୍ଛାକୃତ ଭାବେ ବାଇକ୍କୁ ଧକ୍କା ଦେଇନାହାନ୍ତି। ଏପରି କି ବାଇକ୍ ଚଲାଉଥିବା ବ୍ୟକ୍ତିଜଣକ ଜଣେ ମହିଳା ବୋଲି ସେ ଜାଣିନଥିବା କହିଛନ୍ତି। କଲ୍ୟାଣଙ୍କ କହିବା ଅନୁଯାୟୀ ଦୁଇଟି ବାଇକ୍ ବାରମ୍ବାର ତାଙ୍କ କାର୍କୁ ଓଭରଟେକ୍ କରି ଆଗରେ ଗତି ମନ୍ଥର କରିଦେଉଥିଲେ। ସେ ସେମାନଙ୍କୁ ଧୀରେ ଚଲାଇବାକୁ କହୁଥିଲେ, ହିଟ୍ କରିବାକୁ ଚାହୁଁନଥିଲେ। ଘଟଣାର ସତ୍ୟତା ପାଇଁ ସିସିଟିଭି ଯାଞ୍ଚ କରାଯିବା ଦରକାର। ମହିଳା ବାଇକର ଆହତ ହୋଇଥିବାରୁ କଲ୍ୟାଣ ଦୁଃଖ ପ୍ରକାଶ କରିବା ସହ ଏହା ଏକ ଭୁଲ୍ ବଶତଃ ଘଟିଥିବା ଦୁର୍ଘଟଣା ବୋଲି ସ୍ୱୀକାର କରିଛନ୍ତି। ଦୁର୍ଘଟଣାର ଭିଡିଓ ଭାଇରାଲ୍ ହେବା ପରେ ଗୁରୁଗ୍ରାମ ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି। ମହିଳା ବାଇକର ମଧ୍ୟ ତାଙ୍କ ଓକିଲଙ୍କ ଜରିଆରେ ଏଫ୍ଆଇଆର୍ ଦାୟର କରିଛନ୍ତି।
ଗୁରୁଗ୍ରାମ ହିଟ୍ ଆଣ୍ଡ ରନ୍ ମାମଲା : ଅଭିଯୁକ୍ତ ଡ୍ରାଇଭର କଲ୍ୟାଣ ବୈଂସଲା ରାଜସ୍ଥାନରୁ ଗିରଫ
















Leave a Reply