କ୍ରୀଡ଼ା ମହାକୁମ୍ଭ ଲସ୍‌ ଆଞ୍ଜେଲ୍‌ସ ଅଲିମ୍ପିକ୍‌ସ -୨୦୨୮ରେ କ୍ରିକେଟକୁ ସ୍ଥାନ

ନୂଆଦିଲ୍ଲୀ : କ୍ରୀଡ଼ା ମହାକୁମ୍ଭ ଲସ୍‌ ଆଞ୍ଜେଲ୍‌ସ ଅଲିମ୍ପିକ୍‌ସ -୨୦୨୮ରେ କ୍ରିକେଟକୁ ସ୍ଥାନ ମିଳିଛି। ଟି୨୦ ଫର୍ମାଟରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।ଉଭୟ ବର୍ଗରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ। ମହିଳା ବର୍ଗରେ ଦଳ ଯୋଗ୍ୟତା ନେଇ ପୂର୍ବରୁ ରହିଥିବା ନିୟମରେ ଆଇସିସି ସାମାନ୍ୟ ପରିବର୍ତ୍ତନ କରିଛି। ଆୟୋଜକ ଭାବେ ଆମେରିକା ସିଧାସଳଖ ଯୋଗ୍ୟତା ହାସଲ କରିବାର ନିୟମ ରହିଥିଲା। କିନ୍ତୁ ଆଇସିସି ପକ୍ଷରୁ ପ୍ରଣୟନ କରାଯାଇଥିବା ନୂତନ ନିୟମ ଅନୁଯାୟୀ ଆଇସିସି ମାନ୍ୟତା ଆଧାରରେ ଶୀର୍ଷ ୪ଟି ସ୍ଥାନରେ ଥିବା ଦଳଙ୍କୁ ୨୦୨୮ ଲସ୍‌ ଆଞ୍ଜେଲ୍‌ସ ଅଲିମ୍ପିକ୍‌ସ ଲାଗି ସିଧାସଳଖ ଯୋଗ୍ୟତା ସୁଯୋଗ ମିିଳିଛି। ମହିଳାରେ ଭାରତ, ଗ୍ରେଟ୍‌ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ସିଧାସଳଖ ଯୋଗ୍ୟତା ହାସଲ କରିସାରିଛନ୍ତି। ଅନ୍ୟ ଦୁଇଟି ଦଳ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବାକୁ ପଡ଼ିବ। ଆମେରିକାକୁ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ ଖେଳିବାକୁ ପଡ଼ିବ। ପୁରୁଷରେ ଆମେରିକା ସହ ଭାରତ, ଗ୍ରେଟ୍‌ ବ୍ରିଟେନ,ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକ​‌ା ଯୋଗ୍ୟତା ହାସଲ କରିଥିବାବେଳେ ଅନ୍ୟ ଏକ ଦଳ ଯୋଗ୍ୟତାପର୍ଯ୍ୟାୟରୁ ଯୋଗ୍ୟତା ହାସଲ କରିବେ।

Leave a Reply

Your email address will not be published. Required fields are marked *