ଭୁବନେଶ୍ବର/ଚନ୍ଦନେଶ୍ୱର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ତଦନ୍ତ ଯେତିକି ବଢ଼ୁଛି, ସେତିକି ନୂଆ ଚିତ୍ର ଓ ଚରିତ୍ର ସାମ୍ନାକୁ ଆସୁଛନ୍ତି। ଓରାଙ୍ଗଉଟାନ ଚାଲାଣରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ର ହାତ ଥିବା ସ୍ପଷ୍ଟ ହେବା ପରେ ୩ ରାଜ୍ୟ ପୁଲିସର ସହାୟତା ନେବାକୁ କ୍ରାଇମ୍ବ୍ରାଞ୍ଚର ସ୍ବତନ୍ତ୍ର କାର୍ଯ୍ୟବଳ(ଏସଟିଏଫ୍) ଯୋଜନା କରୁଛି। ମହାରାଷ୍ଟ୍ର, ମିଜୋରାମ ଓ ଆସାମ ପୁଲିସ ସହାୟତା ଲୋଡ଼ିଛି। ପୂର୍ବରୁ ଏହି ୩ ରାଜ୍ୟରେ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲେ। ତେଣୁ, ପୁରୁଣା ମାମଲାର ଲିଙ୍କ୍ ଖୋଜା ପ୍ରକ୍ରିୟା ଆରମ୍ଭ କରିଛି ଏସ୍ଟିଏଫ୍। ଆବଶ୍ୟକ ପଡ଼ିଲେ, ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକର ସହାୟତା ନିଆଯିବ। ଏଥିସହ କଲକାତା, ବିହାର ଓ ଝାଡ଼ଖଣ୍ଡରେ ଚଢ଼ଉ ପରେ ଏକାଧିକ ସନ୍ଦିଗ୍ଧଙ୍କୁ ସ୍କାନରକୁ ଅଣାଯାଇଛି। କଲକାତା ଓ ଦୀଘା ହୋଟେଲ୍ରେ ଡିଲ୍ରେ ସାମିଲ ହୋଇଥିବା ୨ ବ୍ୟକ୍ତିଙ୍କୁ ଅଟକ ରଖି ଜେରା କରୁଛି ତଦନ୍ତକାରୀ ସଂସ୍ଥା। ଅପରପକ୍ଷେ, ଏସ୍ଟିଏଫ୍ ହାତରେ ଆଉ ଏକ ତଥ୍ୟ ଲାଗିଛି।
ଉଦ୍ଧାର ଓରାଙ୍ଗଉଟାନ୍ଙ୍କୁ ବାଂଲାଦେଶରୁ ଭାୟା କଲକାତା ଏବଂ ଓଡ଼ିଶା ଦେଇ ବିଶାଖାପାଟଣା ଚାଲାଣ କରାଯାଉଥିବା ଜଣାପଡ଼ିଛି। ଶାବକଙ୍କୁ ବାଂଲାଦେଶରୁ ଜଳପଥରେ ଓଡ଼ିଶା ଆଣିବା ପରେ ପ୍ରଥମେ ଭଦ୍ରକରେ ରଖାଯାଇଥିବା କୁହାଯାଉଛି। ସେଠାରୁ ସେମାନଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କଲକାତା ନିଆଯାଇଥିଲା। ପରୀକ୍ଷା ପରେ ଶାବକଙ୍କୁ ବିଶାଖାପାଟଣା ନେବାର ଯୋଜନା ଥିଲା। ଚାଲାଣ ବେଳେ ଗାଡ଼ି ଭିତରେ ଶାବକଙ୍କ କିଛି କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କୁ ନେଉଥିବା ଚାଲାଣକାରୀ ବିଚିତ୍ରପୁର ଝାଉଁ ଜଙ୍ଗଲର ଛାଡ଼ି ପଳାଇଥିବା ଜଣାପଡ଼ିଛି।
ଓରାଙ୍ଗଉଟାନ ଚାଲାଣରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ର ହାତ : ତଦନ୍ତ କରିବ ଏସଟିଏଫ୍
















Leave a Reply