ଏମ୍.ସି.ଏଲ୍.ରେ ଇ-ବର୍ଜ୍ୟବସ୍ତୁ ପରିଚାଳନା ଉପରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ

ସମ୍ବଲପୁର: ସ୍ୱତନ୍ତ୍ର ଅଭିଯାନ-୬ ଅଧୀନରେ ମହାନଦୀ କୋଇଲାଫିଲ୍ଡସ୍ ଲିମିଟେଡ୍ (ଏମ୍.ସି.ଏଲ୍.) ପକ୍ଷରୁ ମୁଖ୍ୟାଳୟ କାର୍ଯ୍ୟାଳୟରେ ଇ-ବର୍ଜ୍ୟବସ୍ତୁ ପରିଚାଳନା, ଇଲେକ୍ଟ୍ରୋନିକ୍ସ ଆବର୍ଜନାର ଦାୟିତ୍ୱପୂର୍ଣ୍ଣ ନିଷ୍କାସନ ଏବଂ ଏହା ସହିତ ଜଡ଼ିତ ପରିବେଶଗତ ସମସ୍ୟାଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଆଚରଣ ଗ୍ରହଣ କରିବା ସହିତ ସ୍ୱଚ୍ଛତା ଏବଂ ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀୟ ପଦକ୍ଷେପଗୁଡ଼ିକରେ ସମୂହ ଅଂଶଗ୍ରହଣ ନିଶ୍ଚିତ କରିବାକୁ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀମତୀ ରେଖା ପାଣ୍ଡେ ପ୍ରୋତ୍ସାହିତ କରିଥିଲେ।

ପଥପ୍ରାନ୍ତ ନାଟକ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଆବର୍ଜନାର ସଂଗ୍ରହ, ବର୍ଗୀକରଣ ଏବଂ ବୈଜ୍ଞାନିକ ପଦ୍ଧତିରେ ନିଷ୍କାସନ ପାଇଁ ପରିବେଶ ପ୍ରତି ଦାୟିତ୍ୱପୂର୍ଣ୍ଣ ଆଚରଣ ଆପଣାଇବାର ଗୁରୁତ୍ୱକୁ ଉପସ୍ଥାପନ କରାଯାଇଥିଲା। ଆକର୍ଷକ ସଂଳାପ ମାଧ୍ୟମରେ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକର କମ୍ ବ୍ୟବହାର, ପୁନଃବ୍ୟବହାର ଏବଂ ପୁନଃଚକ୍ରଣର ଆବଶ୍ୟକତା ଉପରେ ଆଲୋକପାତ କରାଯାଇଥିଲା। ଏହା ସହିତ, ଅନୁପଯୋଗୀ ବିଦ୍ୟୁତ୍ ଏବଂ ଇଲେକ୍ଟ୍ରୋନିକ୍ସ ଉପକରଣଗୁଡ଼ିକୁ ସ୍ୱୀକୃତୀପ୍ରାପ୍ତ ଇ-ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ପୁନଃଚକ୍ରଣ ବ୍ୟବସ୍ଥା ମାଧ୍ୟମରେ ନିଷ୍କାସନ କରିବାର ବାର୍ତ୍ତା ଦିଆଯାଇଥିଲା।

ଏହି ପଥପ୍ରାନ୍ତ ନାଟକଟି ସ୍ୱତନ୍ତ୍ର ଅଭିଯାନ-୬ ଅଧୀନରେ ଅନୁଷ୍ଠିତ ହୋଇଛି, ଯାହାକି ଅକ୍ଟୋବର ୨ ରୁ ଅକ୍ଟୋବର ୩୧, 2026 ପର୍ଯ୍ୟନ୍ତ ଆୟୋଜିତ ହେଉଛି। ଚଳିତ ବର୍ଷ ଏହି ଅଭିଯାନର ମୁଖ୍ୟ ଉଦ୍ଧେଶ୍ୟ ଇ-ବର୍ଜ୍ୟବସ୍ତୁ ପରିଚାଳନା ଉପରେ ରହିଛି। ଅଭିଯାନ ମାଧ୍ୟମରେ “କମ୍ ବ୍ୟବହାର, ପୁନଃବ୍ୟବହାର ଏବଂ ପୁନଃଚକ୍ରଣ” ର ବାର୍ତ୍ତା ପ୍ରସାରିତ କରି କର୍ମଚାରୀ ଏବଂ ଉପଭୋକ୍ତାମାନଙ୍କୁ ଏକ ସ୍ୱଚ୍ଛ ପରିବେଶ ଏବଂ ସ୍ଥାୟୀ ଭବିଷ୍ୟତ ଗଠନରେ ଅବଦାନ ରଖିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ (ସିଭିଲ୍ / ସି.ଏସ୍.ଆର୍.) ଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟ, ଅଧିକାରୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *