ନୂଆଦିଲ୍ଲୀ : ତିବ୍ଦତରେ ଅନୁଭୂତ ହୋଇଥିବା ଭୂକମ୍ପରେ ଏଯାଏଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ ଜଣ ଆହତ ହୋଇଛନ୍ତି। ଗୁରୁବାର ରାତିରେ ତିବ୍ଦତରେ ହୋଇଥିବା ୭.୦ ତୀବ୍ରତାର ଭୂମିକମ୍ପରେ ଅନେକ କ୍ଷୟକ୍ଷତି ଘଟିଛି। ଭୂମିକମ୍ପ ପରେ ୧୨,୦୦୦ ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଚୀନ୍ ସରକାରୀ ଗଣମାଧ୍ୟମ ଅନୁଯାୟୀ, ଶୁକ୍ରବାର ସକାଳ ସୁଦ୍ଧା ୪୦୦ ରୁ ଅଧିକ ପରବର୍ତ୍ତି ଝଟକା ରେକର୍ଡ କରାଯାଇଛି।
ଭୂମିକମ୍ପର କେନ୍ଦ୍ରସ୍ଥଳ ତିବ୍ଦତର ନାଗକୁ ସିଟିର ବାଚେନ୍ କାଉଣ୍ଟିରେ ଥିଲା। ଏହା ଭୂମି ତଳେ ୧୦ କିଲୋମିଟରରୁ କମ୍ ଗଭୀରତାରେ ଘଟିଥିଲା। ଏହି ସ୍ଥାନଟି ତିବ୍ଦତର ରାଜଧାନୀ ଲାସାଠାରୁ ପ୍ରାୟ ୪୦୦ କିଲୋମିଟର ଦୂରରେ ଅବସ୍ଥିତ।
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଭୂମିକମ୍ପରେ ୩୩୦ ରୁ ଅଧିକ ଘର ଭୁଶୁଡ଼ି ପଡ଼ିଛି,କ୍ଷତିଗ୍ରସ୍ତ ହୋଇଛି। ଏହି ସମୟରେ ପାକିସ୍ତାନରେ ୪.୯ ଏବଂ ଆଫଗାନିସ୍ତାନରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ଅନୁଭବ କରିବା ପରେ ଲୋକମାନେ ଘରୁ ପଳାଇ ଆସିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।















Leave a Reply