ରୁଷ୍‌ରେ ନ୍ୟୁମୋନିକ୍ ପ୍ଲେଗ୍‌ କ୍ୱାରେଣ୍ଟାଇନରେ ୨ ଶହରୁ ଅଧିକ ଲୋକ

ମସ୍କୋ: ରୁଷିଆର ସାଇବେରିଆ ଅନ୍ତର୍ଗତ ଇରକୁଟସ୍କରେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଜଣେ ୨୮ ବର୍ଷୀୟା ମହିଳା ଲ୍ୟାବ୍ ଟେକ୍ନିସିଆନ୍‌ଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପାଞ୍ଚଟି ହସ୍ପିଟାଲକୁ ବନ୍ଦ କରିଦିଆଯାଇଛି ଏବଂ ୨୦୦ରୁ ଅଧିକ ଲୋକଙ୍କୁ ସଙ୍ଗରୋଧ (କ୍ୱାରେଣ୍ଟାଇନ୍) କରାଯାଇଛି। ଏହି ମାମଲାଟି ସେଲେଖଭରେ ଥିବା ଆଣ୍ଟି-ପ୍ଲେଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଘଟିଛି। ମୃତକଙ୍କ ନାମ ଡାରିଆ ସିପିଲୋଭା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶିପିଲୋଭା ହସ୍ପିଟାଲର ଡାକ୍ତରୀ କର୍ମଚାରୀଙ୍କୁ କହିଥିଲେ ଯେ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରିବା ସମୟରେ ସେ ଭୁଲ୍‌ବଶତଃ ଜୀବନ୍ତ ୟର୍ସିନିଆ ପେଷ୍ଟିସ୍ ବ୍ୟାକ୍ଟେରିଆ ଥିବା ଏକ ଟେଷ୍ଟ ଟ୍ୟୁବ୍ ଭାଙ୍ଗି ଦେଇଥିଲେ। ଏହି ସମୟରେ ସେ ନ୍ୟୁମୋନିକ୍ ପ୍ଲେଗ୍‌ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି।
ଡାରିଆ ସିପିଲୋଭାଙ୍କଠାରେ ସେପ୍ଟେମ୍ବର ୨୯ ତାରିଖରେ ଗୁରୁତର ନ୍ୟୁମୋନିକ୍ ପ୍ଲେଗ୍‌ର ଲକ୍ଷଣ ଦେଖାଦେଇଥିଲା। ତାଙ୍କୁ ଚିକିତ୍ସା ଲାଗି ସେଲେଖଭରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଆହୁରି ଖରାପ ହେବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଚିକିତ୍ସା ସମୟରେ ତାଙ୍କର କିଛିଦିନ ତଳେ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *