ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ : ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନା ଗୁରୁବାର ସକାଳେ ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଲୋକମାନେ କାମ କରୁଥିବା ସମୟରେ ହଠାତ୍ ଭୂମି ଥରିବାକୁ ଲାଗିଲା, ଯାହା ଆତଙ୍କ ସୃଷ୍ଟି କରିଥିଲା। ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ସେମାନଙ୍କ ଘର ଏବଂ କୋଠାରୁ ଖୋଲା ପଡ଼ିଆକୁ ଦୌଡ଼ି ଦୌଡ଼ି ପଳାଇଥିଲେ। ଭୂକମ୍ପ ସଂସ୍ଥା ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ପ୍ରାୟ ୫.୩ ରୁ ୫.୪ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗୁରୁବାର ସକାଳେ ଶକ୍ତିଶାଳୀ ଭୂମିକମ୍ପ ଆଫଗାନିସ୍ତାନକୁ ଥରାଇ ଦେଇଥିଲା। ଏଥିରେ ଜୀବନ ହାନି ନେଇ କୌଣସି ସୂଚନା ମିଳିନଥିବା ବେଳେ କେତେ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *