ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ପ୍ରଧାନମନ୍ତ୍ରୀ କ୍ରାଉନ ପ୍ରିନ୍ସ

ଆବୁଧାବି : ଆବୁଧାବିରେ ଚିକିତ୍ସିତ ହେଉଥିବା ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି ୟୁଏଇର ଉପ ପ୍ରଧାନମନ୍ତ୍ରୀ ତଥା ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହମଦାନ ବିନ୍ ମହମ୍ମଦ ଅଲ୍ ମାକତୁମ୍। ସାକ୍ଷାତ କାଳରେ ଶେଖ ହମଦାନ ଭାରତୀୟ ପାଇଲଟଙ୍କ ସାହସିକତାକୁ ପ୍ରଶଂସା କରିଥିଲେ। ସାକ୍ଷାତ ସମୟର ଫଟୋକୁ କ୍ରାଉନ ପ୍ରିନ୍ସ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ ସ୍ମିଥଙ୍କ ପାଇଁ ଆଜି ୟୁଏଇ ଗର୍ବିତ। ସ୍ମିଥ୍‌ ଫ୍ଲାଏଦୁବାଇ ଟିମ୍‌ର ଏକ ଅଂଶ ଓ ୟୁଏଇ ଇତିହାସର ଏକ ଅଂଶ। ସେ ନିଜ କର୍ତ୍ତବ୍ୟ ସହିତ ମାନବ ଜାତି ପ୍ରତି ଦାୟିତ୍ବ ନିର୍ବାହ କରିଛନ୍ତି। ସେ ୟୁଏଇ ପାଇଁ ପ୍ରଶଂସାର ପାତ୍ର ହୋଇଛନ୍ତି। ଅନ୍ୟପଟେ ଭାରତର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ସ୍ମିଥ ମଚ୍ଛାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ବହୁତ ଉନ୍ନତି ଆସିଛି। ତାଙ୍କୁ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏଥିପାଇଁ ସ୍ଥାନୀୟ ପ୍ରଶାସନ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି। ଭାରତୀୟ ଦୂତାବାସ ନିୟମିତ ଭାବେ ସ୍ମିଥଙ୍କ ପରିବାର ସହିତ ଯୋଗାଯୋଗ ରଖିଛି।

Leave a Reply

Your email address will not be published. Required fields are marked *