ବ୍ରିକ୍ସ ସମ୍ମିଳନୀ ୨୦୨୬ ଶେଷ ହେବା ପରେ ଏଲଏସିରେ ସେନା ହ୍ରାସ କଲା ଚୀନ୍

ନୂଆଦିଲ୍ଲୀ : ବ୍ରିକ୍ସ ସମ୍ମିଳନୀ ୨୦୨୬ ଶେଷ ହେବା ପରେ ଭାରତ-ଚୀନ୍ ସମ୍ପର୍କକୁ ନେଇ ଆସିଛି ବଡ଼ ଖବର। ଏଲଏସିରେ ଚୀନ୍‌ ତରଫରୁ ସେନା ସଂଖ୍ୟା ହ୍ରାସ କରାଯାଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସଦ୍ୟ ପ୍ରକାଶିତ ରିପୋର୍ଟରେ ଏ ନେଇ ତଥ୍ୟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁସାରେ, ୨୦୨୫ରେ ଭାରତର ଉତ୍ତର ସୀମା ସାମ୍ନାରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ସେନା ମୁତୟନ ହ୍ରାସ କରିଛି। ଏଲଏସି ସଂଲଗ୍ନ ଚୀନ୍‌ ଅଞ୍ଚଳ ଓ ସେଠାକାର ସାମରିକ ପ୍ରଶିକ୍ଷଣ କ୍ଷେତ୍ରରେ ୧୦ଟି କମ୍ବାଇନ୍ଡ ଆର୍ମସ୍ ବ୍ରିଗେଡ୍ ମୁତୟନ ଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୦ରୁ ପୂର୍ବ ଲଦାଖରେ ଭାରତ-ଚୀନ୍ ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଜାରି ରହିଥିଲା। ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ସ୍ତରରେ ଲଗାତାର ଆଲୋଚନା ହୋଇଥିଲା। ଏହାରି ଭିତରେ ୨୦୨୪ରେ କିଛି ଅଞ୍ଚଳରୁ ସେନା ପଛକୁ ହଟାଇବା ପ୍ରକ୍ରିୟା ଆଗକୁ ବଢ଼ିଥିଲା।

Leave a Reply

Your email address will not be published. Required fields are marked *