ବାଲେଶ୍ଵର, : କେବଳ ବହି ଖାତା ସହିତ ଜୋର ଲଗାଇଲେ ନମ୍ବର ମିଳିବ,କିନ୍ତୁ ସଫଳ ବ୍ୟକ୍ତି ହେବା ପାଇଁ ହେଲେ ପ୍ରଥେମେ ସଂସ୍କାରୀ ଓ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିଲେ ନମ୍ବର ମିଳୁ ଅବା ନମିଳୁ ଏ ସମାଜରେ ଜଣେ ସଫଳ ବ୍ୟକ୍ତି ହୋଇପାରି ବେ ବୋଲି ଆୟୋଜିତ ପ୍ରତିଭା ସମ୍ମାନ ସମାରୋହରେ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ।ସଦର ବ୍ଲକ ଅନ୍ତର୍ଗତ କୁରାଡିହା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ସୋଲପଟା ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ପରିଷଦ ଆନୁକୂଲ୍ୟରେ ଶିକ୍ଷା ବର୍ଷ ୨୦୨୫-୨୬ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ତରଫରୁ ସର୍ବୋଚ୍ଚ ନମ୍ବର ରଖି ଥିବା ତିନି ଜଣ ବିଦ୍ୟାର୍ଥୀଙ୍କୁ ମ୍ୟାଟ୍ରିକ ଉତ୍କର୍ସ ସମ୍ମାନ ପ୍ରଦାନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ଅରୁଣ କୁମାର ନାୟକଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ସଫଳ ଏକାଡେମୀର ଚେୟାରମ୍ୟାନ ଡଃ ମେଜର ଦୁଲାଲ ପ୍ରସାଦ ପାଲ, ମୁଖ୍ୟବକ୍ତା ଶିକ୍ଷାବିତ ତଥା ସମାଜସେବୀ ସର୍ବେଶ୍ୱର ସେଠି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ପାତ୍ର,ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ମହେଶ୍ୱର ନାୟକ,ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ବାରିକ, ବିଦ୍ୟା ଳୟ ପରିଚାଳନା ସମିତିର ଉପ ସଭାପତି ଜୟନ୍ତୀ ପରିଡା ଏବଂ ଅତିଶ କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ପିଲାମାନଙ୍କୁ ସଫଳତା ପାଇବାକୁ ହେଲେ ପ୍ରଥମେ ସଂସ୍କାରୀ ପରେ ସଂକଳ୍ପବଦ୍ଧ ହେବା ଜରୁରୀ ବୋଲି ମୁଖ୍ୟ ଅତିଥି ମତ ବ୍ୟକ୍ତ କରିଥିଲେ।ତେବେ ମାଟ୍ରିକରେ ସଫଳତା ପାଇବା ହିଁ ଶେଷ ଯାତ୍ରା ନୁହେଁ ବୋଲି ମୁଖ୍ୟ ବକ୍ତା ପିଲାମାନଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ଗତ ମ୍ୟାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ତିନି ଛାତ୍ରୀ ପ୍ରିୟଙ୍କା ନାୟକ,ସ୍ନେହା ଭୂୟାଁ ଏବଂ ପ୍ରତିମା ବେହେରା ପ୍ରମୁଖଙ୍କୁ ଟ୍ରଫି,ପ୍ରମାଣ ପତ୍ର,ଫୁଲ ତୋଡ଼ା,ପୁରସ୍କାର ରାଶି ଏବଂ ସେମାନଙ୍କ ଅଭିଭାବକଙ୍କୁ ଉତ୍ତରୀୟ ଦେଇ ଅତିଥିମାନେ ସମ୍ମାନିତ କରିଥିଲେ। ଏହି ପରିପ୍ରେକ୍ଷୀରେ ଗତ ବାର୍ଷିକ ପରୀକ୍ଷାରେ ଅଷ୍ଟମ ଏବଂ ନବମ ଶ୍ରେଣୀରେ ମଧ୍ୟ ସର୍ବାଧିକ ନମ୍ବର ରଖିଥିବା ପ୍ରତି ଶ୍ରେଣୀରୁ ତିନି ଜଣ ଲେଖାଏଁ ଛାତ୍ର ଛାତ୍ରୀଙ୍କୁ ଫଳକ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଷଦର ସହ ସମ୍ପାଦକ ଶିକ୍ଷାବିତ ଅମୟ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସମ୍ପାଦକ ଗୋବିନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ପରିଚାଳନା ସମିତିର ସମସ୍ତ ସଦସ୍ୟ,ବିଦ୍ୟାଳୟର ଅଧ୍ୟୟନରତ ପିଲା ମାନେ,ଶିକ୍ଷକ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ପରିଷଦର ସଦସ୍ୟ ମାନସ,ସନ୍ତୋଷ,ବିଶ୍ୱଜିତ ,ପଙ୍କଜ,ରାଜକିଶୋର,ସଞ୍ଜୟ,ମାନସ କୁମାର,ରାଧା ଗୋବିନ୍ଦ, ଗାୟତ୍ରୀ,ମଙ୍ଗଳାବ୍ରତ,ଜୟକୃଷ୍ଣ,ଦେବିଶଙ୍କର,ହରିଶଙ୍କର,ଅକ୍ଷୟ ଦାସ ଅଧିକାରୀ,ରବିନ୍ଦ୍ର ମାଇତି, ନିୟତି,ସୁଧନ୍ଵା,ରାଜକିଶୋର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ। (
ସୋଲପଟା ବିଦ୍ୟାଳୟରେ ଆଲୁମିନି ଛାତ୍ରଙ୍କ ଦ୍ୱାରା ପ୍ରତିଭା ସମ୍ମାନ ପ୍ରଦାନ














Leave a Reply