ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ କୁଶଳ ମେଣ୍ଡିସ୍‌ ଇଂଲଣ୍ଡ ବିପକ୍ଷ ଟି୨୦ରୁ ବାଦ୍‌

କଲମ୍ବୋ: ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ କୁଶଳ ମେଣ୍ଡିସ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳାରୁ ବାଦ ପଡ଼ିଛନ୍ତି। ଆହତ ଥିବାରୁ ମେଣ୍ଡିସ ବାଦ୍‌ ପଡ଼ିଥିବାନେଇ ଶ୍ରୀଲଙ୍କା କ୍ରିକେଟ ପକ୍ଷରୁ ଶୁକ୍ରବାର ସ୍ପଷ୍ଟ କରାଯାଇଛି। ତାଙ୍କ ସ୍ଥାନରେ ଚାରିର୍ଥ ଆଶାଲାଙ୍କାଙ୍କୁ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ଅଧିନାୟକ ନିଯୁକ୍ତ କରାଯାଇଛି। ମେଣ୍ଡିସ ଆହତ ଥିବାରୁ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବେ ନାହିଁ। ତାଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି। ସେହିପରି ଦ୍ରୁତ ବୋଲର ବିନୁରା ଫର୍ଣ୍ଣାଣ୍ଡୋ ମଧ୍ୟ ଆହତ ଥିବାରୁ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବେ ନାହିଁ। ପିଠି ଆଘାତ ପାଇଁ ବିନୁରା ଦଳରୁ ବାଦ୍‌ ପଡ଼ିଛନ୍ତି। ଦିନିକିିଆ ଶୃଙ୍ଖଳା ବେଳକୁ ମେଣ୍ଡିସ ଓ ବିନୁରା ସୁସ୍ଥ ହୋଇଯାଇଥିବା ନେଇ ଶ୍ରୀଲଙ୍କା କ୍ରିକେଟ ଆଶା ରଖିଛି। ଶ୍ରୀଲଙ୍କା ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଚଳିତ ସେପ୍ଟେମ୍ବର ୧୫, ୧୭ ଓ ୧୯ରେ ଖେଳାଯିବ।

Leave a Reply

Your email address will not be published. Required fields are marked *