ଲଗାଣ ବର୍ଷାରେ ବେହାଲ ଗଞ୍ଜାମ

ବ୍ରହ୍ମପୁର : ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ସ୍ଥିତି। ଲୋକଙ୍କ ଘରେ ପାଣି ପଶିବା ସହ ହଜାର ହଜାର କୁକୁଡ଼ା ଭାସି ଯାଇଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଆଜି ବ୍ରହ୍ମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଥିବା ବେଳେ ଅନେକ ଲୋକଙ୍କ ଘର ଭିତରକୁ ମଧ୍ୟ ବର୍ଷାଜଳ ପଶିଯାଇଛି। ବିଶେଷକରି ପୁରୁଣା ବ୍ରହ୍ମପୁର, ଭକ୍ତସାଲବେଗ ନଗର ଏବଂ ଗୋପାଳପୁର ଜଙ୍କସନ୍‌ ନିକଟସ୍ଥ ଅଞ୍ଚଳରେ ଜଳ ଜମି ରହିବା ସହ ଘର ଗୁଡ଼ିକରେ ପାଣି ପଶି ଯାଇଥିବାରୁ ସ୍ଥାନୀୟ ବାସିନ୍ଦାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୈନନ୍ଦିନ ଜୀବନ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଜିଲା ପ୍ରଶାସନ ଓ ମହାନଗର ନିଗମ କର୍ତ୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରି ଜଳ ନିଷ୍କାସନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କାର୍ଯ୍ୟ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *