ଲକ୍ଷ ଲକ୍ଷ ଭୋଟରଙ୍କୁ ମତଦାନରୁ ବଞ୍ଚିତ କରିବା ବେଆଇନ : ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁ

ହାଇଦରାବାଦ: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ବାରା ଦେଶରେ କାର୍ଯ୍ୟକାରୀ କରାଯାଇଥିବା ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିବାଦ ଲାଗି ରହିଥିବାବେଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଉଜ୍ଜ୍ବଳ ଭୂୟାଁଙ୍କ ମନ୍ତବ୍ୟ ଏହାକୁ ଆହୁରି ତୀବ୍ର କରିଛି। ରବିବାର ହାଇଦରାବାଦସ୍ଥିତ ନାଲସାର ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜଷ୍ଟିସ୍ ଭୂୟାଁ କହିଛନ୍ତି ଯେ ଯେଉଁ ପ୍ରକ୍ରିୟା ଦ୍ବାରା ଦେଶର ଲକ୍ଷ ଲକ୍ଷ ନାଗରିକଙ୍କୁ ସେମାନଙ୍କ ମତଦାନ ଅଧିକାରରୁ ବଞ୍ଚିତ କରାଗଲା ତାହା ସମ୍ପୂର୍ଣ୍ଣ ରୂପେ ବେଆଇନ। କୌଣସି ପ୍ରକାର ଯୁକ୍ତି ଏହି କାର୍ଯ୍ୟକୁ ଉଚିତ ବୋଲି ଦର୍ଶାଇପାରିବ ନାହିଁ। ଭୋଟର ତାଲିକାରେ ଥରେ ଜଣଙ୍କ ନାମ ସଂଯୁକ୍ତ କରାଯିବା ପରେ ଏହାକୁ ବିନା କୌଣସି ନୋଟିସ କିମ୍ବା ଶୁଣାଣିରେ କାଟି ଦିଆଯାଇପାରିବ ନାହିଁ। କେବଳ ଭୋଟରଙ୍କ ମୃତ୍ୟୁ କ୍ଷେତ୍ରରେ ତାଙ୍କ ନାମ ତାଲିକାରୁ କାଟିଦିଆଯାଇପାରିବାର ନିୟମ ରହିଛି।

Leave a Reply

Your email address will not be published. Required fields are marked *