ରକ୍ତଦାନ ଶିବିର ଅନୁଷ୍ଠିତ

ବାଲିଆପାଳ : ପବିତ୍ର ଜନ୍ମାଅଷ୍ଟମୀ ଅବସରରେ ବସ୍ତା ବ୍ଲକ ଦୁଧହଂସା ପଞ୍ଚାୟତର ସୁନ୍ଦରହତା ଗ୍ରାମର ଆଠ ବାଟିଆ ଠାରେ ସରସସୁନ୍ଦର କ୍ଷେତ୍ରରେ ତିନି ଦିନ ଧରି କୃଷ୍ଣଜନ୍ମ, ଭଗବତ୍ ପାରାୟଣ, ଦୀପଦାନ,ନନ୍ଦ ଉତ୍ସବ,ଝୁଲଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଜଗନ୍ନାଥ ପରିବାର ଓ ସୁରେନ୍ଦ୍ର ନାଥ ଜେନା ସ୍ମୃତି କମିଟି ସହଯୋଗରେ ମନ୍ଦିର ପ୍ରାଙ୍ଗଣରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ବସ୍ତା ଥାନା ଅଧିକାରୀ ରଞ୍ଜଣିତ ସାହୁ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଉପ ସଭାପତି ତଥା ପରିବେଶବିତ୍ ସୁମନ୍ତ କୁମାର ଜେନା ଓ ବାଲେଶ୍ୱର ରକ୍ତ କେନ୍ଦ୍ରର ଡାକ୍ତର ଶିତିଚନ୍ଦ୍ର ପଣ୍ଡା ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବାଲେଶ୍ୱର ରକ୍ତ କେନ୍ଦ୍ରର କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ୩୧ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ଜଗନ୍ନାଥ ପରିବାର ସଭାପତି ରତିକାନ୍ତ ପଣ୍ଡା, ଚନ୍ଦ୍ରକାନ୍ତ ପଣ୍ଡା, ମାନସ ଜେନା, ମନୋରଞ୍ଜନ ସାହୁ,ପ୍ରଶାନ୍ତ ଧଳ, ଶିକ୍ଷକ ହେମନ୍ତ କୁମାର ସାହୁ, ତ୍ରିଲୋଚନ ରାଉତ, ସୁବ୍ରତ ପରିଡ଼ା, କାର୍ତ୍ତିକ ଚନ୍ଦ୍ର ଜେନା, ବିଶ୍ଵନାଥ ମହାପାତ୍ର, ଚକ୍ରଧର ବେହେରା, ପ୍ରଦୀପ ନାୟକ, ମାନସ ରଞ୍ଜନ ଜେନା, ରବୀନ୍ଦ୍ର ସାହୁ, ନରୋତ୍ତମ ବେହେରା, ହିଂମାଶୁ ଜେନା, ଅର୍ଜୁନ ବେହେରା, ସିଦ୍ଧାର୍ଥ ଶଙ୍କର ନାୟକ, ଜୟନ୍ତ ରାଉତ, ସ୍ବେଚ୍ଛାସେବୀ ସୁଜିତ୍ କୁମାର ନାୟକ,ଶିବିରକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *