ମାଲକାନଗିରିରେ ୩ ଦିନ ସ୍କୁଲ ଛୁଟି

ଭୁବନେଶ୍ୱର : ମାଲକାନଗିରିରେ ୩ ଦିନ ସ୍କୁଲ୍‌, ଅଙ୍ଗନବାଡ଼ି ଛୁଟି ନେଇ ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୨୫ ଯାଏଁ ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ସ୍କୁଲ୍‌ ବନ୍ଦ ରହିବ। ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଛୁଟି ଘୋଷଣା କରିଛନ୍ତି। ମାତ୍ର ଶିକ୍ଷକ ଓ କର୍ମଚାରୀ ବିଦ୍ୟାଳୟରେ ଉପସ୍ଥିତ ରହିବେ।
ସେହିପରି ନବରଙ୍ଗପୁରରେ ମଧ୍ୟ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କାଲି ଓ ୨୪ ତାରିଖ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ୨ ଦିନ ପାଇଁ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ମଧ୍ୟ ବାତିଲ୍ କରାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦେଶୀ ଡଙ୍ଗା ଯାତାୟାତ ଉପରେ ମଧ୍ୟ ରୋକ ଲଗାଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଅକ୍ଟୋବର ୩କୁ ଘୁଞ୍ଚିଲା ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା । ୨୪ରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚିଲା। ଅକ୍ଟୋବର ୩ରେ ଦିନ ୧୦ଟାରୁ ୧୨ଟା ଯାଏଁ ହେବ ପରୀକ୍ଷା।

Leave a Reply

Your email address will not be published. Required fields are marked *