ନୂଆଦିଲ୍ଲୀରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଭାରତ ଗସ୍ତରେ ଅଛନ୍ତି। ଶିଖର ସମ୍ମିଳନୀ ବ୍ୟତୀତ ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣରେ ସି ଜିନପିଙ୍ଗ ଭାରତ ଆସିଛନ୍ତି। ସାତ ବର୍ଷ ପରେ ଚୀନ୍ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଭାରତ ଗସ୍ତ। ଏହା ପୂର୍ବରୁ ସେ ଚେନ୍ନାଇ ନିକଟ ମାମଲ୍ଲାପୁରମରେ ଅନୁଷ୍ଠିତ ଅନୌପଚାରିକ ଶିଖର ସମ୍ମିଳନୀ ପାଇଁ ୨୦୧୯ ମସିହାରେ ଭାରତ ଆସିଥିଲେ। ଚୀନ୍ ରାଷ୍ଟ୍ରପତିଙ୍କ ସହିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଭାରତ ଆସିଛି। ଏଥିରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି)ର ପଲିଟବ୍ୟୁରୋ ସ୍ଥାୟୀ କମିଟିର ସଦସ୍ୟ ଏବଂ କେନ୍ଦ୍ରୀୟ କମିଟିର ସାଧାରଣ କାର୍ଯ୍ୟାଳୟର ନିର୍ଦ୍ଦେଶକ କାଇ ଜି ଏବଂ ବୈଦେଶିକ ମନ୍ତ୍ରୀ ଏବଂ ପଲିଟବ୍ୟୁରୋ ସଦସ୍ୟ ୱାଙ୍ଗ ୟି ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *