ବାଲେଶ୍ଵର , ୧୪/୯ (ପ୍ରଭାକର ମଲ୍ଲିକ ): ବାଲେଶ୍ୱର ସଦର ଅଧୀନ ନିଧିପଣ୍ଡା, ଓଡ଼ଙ୍ଗି ଅଞ୍ଚଳରେ ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ଶ୍ରଦ୍ଧା, ଭକ୍ତି ଓ ଉତ୍ସାହର ସହ ଧୁମ୍ଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜାକୁ ନେଇ ଅଞ୍ଚଳର ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା। କ୍ଲବର ସଭାପତି ପଙ୍କଜ ପରିଡ଼ା, ଉପସଭାପତି ପ୍ରକାଶ ନାୟକ ଏବଂ ସମ୍ପାଦକ କମଳ ଲୋଚନ ପାତ୍ରଙ୍କ ନେତୃତ୍ୱରେ ପୂଜା କାର୍ଯ୍ୟକ୍ରମ ସୁଚାରୁ ଭାବେ ପରିଚାଳିତ ହୋଇଥିଲା। ପୂଜା ଆୟୋଜନରେ କ୍ଲବ ସେକ୍ରେଟାରୀ ଅବିନାଶ ମଲ୍ଲିକ ଓ ତାପସ ସ୍ୱାଇଁଙ୍କ ସହଯୋଗ ରହିଥିଲା। କାର୍ଯ୍ୟକାରିଣୀ ସଦସ୍ୟ ସିମିତ ମହାନ୍ତି, ସୁଜେନ୍ଦ୍ର ନାଥ ଓ ମାନସ ପତି ପ୍ରମୁଖ ପୂଜା ପରିଚାଳନାରେ ସକ୍ରିୟ ଭାବେ ସହଯୋଗ କରିଥିଲେ।ସେହିପରି କ୍ଲବ ସଦସ୍ୟ ଟୁକୁ, କୁନୁ, ଉତ୍ତମ, ସୁନୁ, ଲିପୁ, ତପନ ଓ ସଞ୍ଜୁଙ୍କ ସମେତ ଅନ୍ୟ ସଦସ୍ୟମାନେ ମଧ୍ୟ ପୂଜା ଆୟୋଜନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ମଙ୍ଗଳବାର ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା ଗଣେଶ ପୂଜା ଅବସରରେ ଆସନ୍ତା ମଙ୍ଗଳବାର ପ୍ରାୟ ୨ ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି।
ଯୁବପିଢ଼ିଙ୍କ ଏଭଳି ଧାର୍ମିକ ଓ ସାଂସ୍କୃତିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ସ୍ୱାଗତ କରାଯାଇଛି।
ନିଧିପଣ୍ଡାରେ ୟଙ୍ଗ ଷ୍ଟାର କ୍ଲବ ପକ୍ଷରୁ ଧୁମ୍ଧାମରେ ଗଣେଶ ପୂଜା ପାଳିତ
















Leave a Reply