ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ,ପାହାଡ଼ରୁ ବିରାଟ ପଥର ଖସି ୪୦ ଗ୍ରାମର ଯାତାୟାତ ଠପ୍

ପାତ୍ରପୁର,: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ପାତ୍ରପୁର ବ୍ଲକର ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳରେ ଏହାର ପ୍ରଭାବରେ ଜନଜୀବନ ଚିନ୍ତାଜନକ ହୋଇପଡ଼ିଛି। ତାଡ଼କା ସାହି-ଆଙ୍କୁଲି ରାସ୍ତାର ଚରିଆବାଡ଼ ନିକଟରେ ବୁଧବାର ସକାଳ ପ୍ରାୟ ୧୦ଟାରେ ପାହାଡ଼ରୁ ଏକ ବିରାଟ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଉଭୟ ପାର୍ଶ୍ୱରେ ଗାଡ଼ି ଅଟକି ରହିଥିଲା। ଖବର ପାଇ ପ୍ରଶାସନ ତତ୍ପରତା ପ୍ରକାଶ କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପଥର ହଟାଇବା କାର୍ଯ୍ୟ ଆରମ୍ଭ କରିଥିଲା।

Leave a Reply

Your email address will not be published. Required fields are marked *