ତିନୋଟି ଟ୍ରକ ମଧ୍ୟରେ ସିରିଜ ଦୁର୍ଘଟଣା. ଜଣେ ମୃତ , ୨ ଡ୍ରାଇଭର ଫେରାର

ଟିଟିଲାଗଡ଼: -ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ନବୀନ ଛକ ନିକଟ ଜାତୀୟ ରାଜପଥ 26 ରେ ସିରିଜ ଦୁର୍ଘଟଣାl ଘଟଣା ସ୍ଥଳରେ ଜଣେ ଡ୍ରାଇଭର ମୃତ ହୋଇଥିବା ବେଳେ ଅନ୍ୟ ଦୁଇ ଗାଡିର ଦୁଇ ଡ୍ରାଇଭର ଫେରାର ଅଛନ୍ତିl ସୂଚନା ମୁତାବକ ଏକ ଲୁହା ସାମଗ୍ରୀ ବୋଝେଇ ଟ୍ରକ ଭବାନୀପାଟଣାରୁ ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଏକ ବେଦାନ୍ତ ଗାଡି ବଲାଙ୍ଗୀରରୁ କଳାହାଣ୍ଡି ଅଭିମୁଖେ ଯାଉଥିଲାl ତେବେ ଜାତୀୟ ରାଜପଥ 26 ରେ ଦୁଇ ଗାଡି ମୁହାଁ ମୁହିଁ ହୋଇଥିଲା ତେବେ ଗାଡିକୁ ସାଇଡ ଦେବା ପାଇଁ ଆଉ ଗୋଟିଏ ଗାଡି ଭାରସାମ୍ୟ ହରାଇ ନିକଟସ୍ଥ ଚାଷ ଜମିରେ ପଡି ଯାଇଥିଲା ତେବେ ଲୁହା ସାମଗ୍ରୀ ବୋଝେଇ ଟ୍ରକ ଡ୍ରାଇଭର ମୃତ ହୋଉଥିବା ବେଳେ ଆଉ ଗୋଟିଏ ଟ୍ରକ ଲୁହା ବୋଝେଇ ଟ୍ରକ ଉପରେ ପିଟି ଦେଇଥିଲା ଯା ଫଳରେ ତିନି ଗାଡି ମଧ୍ୟରେ ସିରିଜ ଦୁର୍ଘଟଣା ହୋଇଥିଲାl ତେବେ ଘଟଣା ସ୍ଥଳରେ ଜଣେ ଡ୍ରାଇଭରଙ୍କ ମୃତ ହୋଇଥିବା ବେଳେ ବାକି ଦୁଇଟି ଗାଡିର ଡ୍ରାଇଭର ଫେରାର ଅଛନ୍ତିଲ ଘଟଣା ସ୍ଥଳରେ ସଇଁତଳା ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *