ଏସିଆନ୍ ଗେମ୍ସ: ମହିଳା ହକିରେ ଭାରତକୁ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ମହିଳା ହକିରେ ଦୀର୍ଘ ୪୪ ବର୍ଷ ପରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଚୀନକୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ମହିଳା ଦଳ ଏହି ସଫଳତା ହାସଲ କରିଛି। ଏହି ବିଜୟ ସହ ଭାରତ ୨୦୨୮ ଲସ୍‌ ଏଞ୍ଜଲେସ୍ ଅଲିମ୍ପିକ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।

ଫାଇନାଲ ମ୍ୟାଚ୍‌ର ପ୍ରଥମ କ୍ୱାର୍ଟରର ୧୦ମ ମିନିଟ୍‌ରେ ଲାଲେରମସିଆମି ଭାରତ ପାଇଁ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ଏହି ଗୋଲ୍‌ ହିଁ ଶେଷ ପର୍ଯ୍ୟନ୍ତ ଭାରତର ବିଜୟ ନିଶ୍ଚିତ କରିଥିଲା। ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ଗୋଲ୍‌ ସହ ସ୍ମରଣୀୟ କରିଛନ୍ତି ଲାଲେରମସିଆମି।ମ୍ୟାଚ୍‌ର ଶେଷ ପର୍ଯ୍ୟାୟରେ ଚୀନ ଆକ୍ରମଣ ତୀବ୍ର କରିଥିଲା। ଅନ୍ତିମ ୩ ମିନିଟ୍‌ରେ ଚୀନ ଗୋଲକିପରଙ୍କୁ ବାହାର କରି ଅତିରିକ୍ତ ଫରୱାର୍ଡଙ୍କ ସହ ଖେଳିଥିଲା। ଏହି ସମୟରେ ଭାରତୀୟ ରକ୍ଷଣଭାଗ ଉପରେ ଚାପ ବଢ଼ିଥିଲେ ମଧ୍ୟ ଦଳ ଗୋଲ୍ ବଞ୍ଚାଇବାରେ ସଫଳ ହୋଇଥିଲା।ଭାରତର ବିଜୟରେ ଗୋଲକିପର ସବିତାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଚୀନର ଏକ ପେନାଲ୍ଟି ଷ୍ଟ୍ରୋକ୍‌କୁ ରୋକି ସେ ଦଳକୁ ବଡ଼ ବିପଦରୁ ରକ୍ଷା କରିଥିଲେ। ତାଙ୍କ ଦମଦାର ପ୍ରଦର୍ଶନ ଭାରତୀୟ ଦଳର ସ୍ୱର୍ଣ୍ଣ ବିଜୟରେ ନିର୍ଣ୍ଣାୟକ ହୋଇଥିଲା।

Leave a Reply

Your email address will not be published. Required fields are marked *