ନବରଙ୍ଗପୁର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ସମ୍ଭାବ୍ୟ ଜଳ ନିଷ୍କାସନକୁ ନେଇ ଆଗୁଆ ସତର୍କତା ଜାରି କରାଯାଇଛି। ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ମାଇକ୍ ଯୋଗେ ତଳିଆ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି।
ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଥିବାରୁ ଜଳଭଣ୍ଡାରକୁ ଅଧିକ ପରିମାଣରେ ଜଳ ପ୍ରବେଶ କରୁଛି। ଫଳରେ ଇନ୍ଦ୍ରାବତୀର ଜଳସ୍ତର କ୍ରମାଗତ ଭାବେ ବଢ଼ୁଛି। ଆଗକୁ ମଧ୍ୟ ବର୍ଷା ଜାରି ରହିଲେ ଜଳଭଣ୍ଡାରର ଜଳସ୍ତର ଓ ପରିସ୍ଥିତିକୁ ଦେଖି ଆବଶ୍ୟକତା ଅନୁଯାୟୀ ଗେଟ୍ ଖୋଲାଯାଇପାରେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
















Leave a Reply