ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅନୁଷ୍ଠିତ

​ନିମାପଡା –  ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଆଞ୍ଚଳିକ ସାଧନା କେନ୍ଦ୍ର (ସି.ଆର୍‌.ସି.) ସ୍ତରରେ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।​ପାଳଶ୍ରୀସ୍ଥିତ ଅନନ୍ତ ବାସୁଦେବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛଣିଜଙ୍ଗ ନୋଡାଲ କେନ୍ଦ୍ର ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସ୍ଥାନୀୟ ସରପଞ୍ଚ ସସ୍ମିତା ଖଟୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସୁମିତ୍ରା ସ୍ୱାଇଁ, ଛଣିଜଙ୍ଗ ସରପଞ୍ଚ ଅଜୟ କୁମାର ପରିଡ଼ା, ତମ୍ପାଳ ଦାମୋଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିଶିରେନ୍ଦ୍ର ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଈଶ୍ୱର ଚନ୍ଦ୍ର ବିଶ୍ୱାଳ, ଶରତ ଚନ୍ଦ୍ର ଭଞ୍ଜ ଏବଂ ସି.ଆର୍‌.ସି.ସି. ଏସ୍‌.କେ. ଅବଦୁଲ ମିସିକିନ ଖାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।​ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, ନୃତ୍ୟ ଓ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୃତ୍ୟ ଓ ସଙ୍ଗୀତରେ ଅନନ୍ତ ବାସୁଦେବ ବିଦ୍ୟାଳୟର ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରି ଅତିଥିମାନଙ୍କଠାରୁ ପୁରସ୍କୃତ ହୋଇଥିଲେ। ଚଢ଼େଇଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଜୟ କୁମାର ସେଠୀ, ପଞ୍ଚଶାଖା କମିଟି ସଭାପତି ଲିଙ୍ଗରାଜ ପଣ୍ଡା, ବଳରାମ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ପରିଚାଳନା କମିଟି ସଭାପତି ପଞ୍ଚରଞ୍ଜନ ମାଝୀ, ପ୍ରଧାନଶିକ୍ଷକ ବୁଧେଶ୍ୱର ବେହେରା ଓ ଶରତ ଚନ୍ଦ୍ର ଖଟୋଇଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ​ସେହିପରି ବାହାରଣାସ୍ଥିତ ନୀଳମଣି ସ୍ମୃତି ବିଦ୍ୟାପୀଠ ପରିସରରେ ଓଡ଼ଗୁଆ ସାଧନା କେନ୍ଦ୍ରର ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିମାପଡ଼ା ବ୍ଲକ ସାଂସଦ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା ମୁଖ୍ୟ ଅତିଥି ଏବଂ ବିଧାୟକଙ୍କ ବିଦ୍ୟାଳୟ ପ୍ରତିନିଧି ବ୍ରଜକିଶୋର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତିନ୍ତୁଳିଗୁଆ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରତାପ କୁମାର ନାୟକ, ସି.ଆର୍‌.ସି.ସି. କାଳନ୍ଦୀ ଚରଣ ଜେନା, ଶିକ୍ଷକ ଶଶୀଭୂଷଣ ସାହୁ, ନୀଳମଣି ସ୍ମୃତି ବିଦ୍ୟାପୀଠର ପ୍ରଧାନଶିକ୍ଷକ ପ୍ରମେଶ କୁମାର ରାଉତ, ପରିଚାଳନା କମିଟି ସଭାପତି ବିଭୂତି ଭୂଷଣ ଜେନା ଏବଂ ନୋଡାଲ ପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେଶ କୁମାର ରାଉତ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।​ଶିକ୍ଷକ ଅନାଦି ଚରଣ ନାୟକ, ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ମୁରଲୀଧର ପ୍ରଧାନ, ଯୁଧିଷ୍ଠିର ଖଟୋଇ, ଗୋବିନ୍ଦ ଚନ୍ଦ୍ର ଓଝାଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ଆୟୋଜନରେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *