ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ବାତିଲ୍

ଭୁବନେଶ୍ୱର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁଣି ଥରେ ବାତିଲ୍ ହୋଇଛି ଓଡ଼ିଶା ଗସ୍ତ। ଆସନ୍ତା ୩ ତାରିଖରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଏହାକୁ ବାତିଲ୍ କରାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତ ବାତିଲ୍ ନେଇ ରାଇରଙ୍ଗପୁର ଏଡିଏମ୍‌ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ନଭେମ୍ବର ୩ ତାରିଖରୁ ରାଷ୍ଟ୍ରପତିଙ୍କର ତିନିଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର ଯୋଜନା ଥିଲା। ତେବେ ଏହା ପୂର୍ବରୁ ଅକ୍ଟୋବର ୨୮ ତାରିଖରେ ମଧ୍ୟ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଥିଲା। ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେହି ଗସ୍ତକୁ ମଧ୍ୟ ବାତିଲ୍ କରାଯାଇଥିଲା।

Leave a Reply

Your email address will not be published. Required fields are marked *