୫୧ତମ ନବଦୁର୍ଗା ପୂଜା ଅନୁଷ୍ଠିତ

ମାଲକାନଗିରି ଜିଲ୍ଲା ଗୋମ୍ପାକୋଣ୍ଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଏମ୍‌.ପି.ଭି. ୨୩ ଗ୍ରାମରେ ୫୧ତମ ସର୍ୱଜନୀନ ନବଦୁର୍ଗା ପୁଜାର ଶୁଭାରମ୍ଭ ହୋଇ ଯାଇଛିା ଏହି ପୁଜା ଆଗାମୀ ୯ଦିନ ପ ର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ୯ ଦିନ ବ୍ୟାପି ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କା ର୍ଯ୍ୟକ୍ରମ, ମେଲଡି, ବାଉଲ ସଙ୍ଗୀତ ଭଳି ଅନେକ କା ର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂର୍ୱକାଳର ପରମ୍ପରା ଅନୁ ଯାୟୀ ଏହି ଗ୍ରାମବାସୀ ୫୧ ବର୍ଷ ଧରି ନବଦୁର୍ଗା ପୁଜା କରି ଆସୁଛନ୍ତିା ଆଜି ଏହି ପୁଜା ଦେଖିବା ନିମନ୍ତେ ଦୂର ଦୂରାନ୍ତରରୁ ସତାଧୀକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛିା ନଅଦିନ ଧରି ନବଦୁର୍ଗାଙ୍କ ନଅଟି ରୂପ ର ପୂଜାର୍ଚନା କରା ଯିବ ବୋଲି ପୁଜା କମିଟି ପ୍ରକାଶ କରିଛନ୍ତିା ଦଣ୍ଡାକାରଣ୍ୟ ପ୍ରକଳ୍ପ ସମୟରେ ଏହି ପୁଜା ଆରମ୍ଭ କରା ଯାଇଥିଲ।। ସେହି ସମୟରେ ଉନ୍ନତମାନର ଯାତାୟତ ବ୍ୟବସ୍ଥା ନଥିବା ବେଳେ ସଗଡ ଗାଡି, ଓ ସାଇକେଲ ତଥା ଚାଲି ଚାଲି ଲୋକମାନେ ଆନ୍ଧ୍ର ଓ ଛତିଶଗଡ ଠାରୁ ମଧ୍ୟ ଅନେକ ଶ୍ରଦ୍ଧାଳୁ ଏହିଠାରେ ମାଁଙ୍କ ପୂଜା ଦର୍ଶନ ନିମନ୍ତେ ଆସୁଥିଲୋ ସେହି ପରମ୍ପରା ବଜାୟ ରଖି ବର୍ତମାନ ଆନ୍ଧ୍ର ତଥା ବାହାର ରାଜ୍ୟରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀ ମାନେ ମଧ୍ୟ ନିଜ ଘର ବାହୁଡା ହେଉଥିବା ଦେଖିବାକୁ ମିଳିଛିା ଏହି ପୂଜା ଉତ୍ସବ ଶୁଭାରମ୍ଭ ନିମନ୍ତେ ଗୋମ୍ପାକୋଣ୍ଡା ସରପଂଚ ରାମା କବାସୀ, କାଲିମେଳା ଥାନା ଅଧିକାରୀ ପ୍ରଭୁଦତ ବିଶ୍ୱାଳ, ମାଲକାନଗିରି ବଙ୍ଗାଳୀ ସମାଜର ସଭାପତି ଗୌରାଙ୍ଗ କର୍ମକାର, ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ, ଗଣମାଧ୍ୟମ ସଂଯୋଜକ ଅସୀମ ବିଶ୍ୱାସ, କୋଷାଧ୍ୟକ୍ଷ ସଞ୍ଜୟ ଗୋଲଦାର , କୋରକମିଟି ସଦସ୍ୟ ପ୍ରହଲ୍ଲାଦ ବୋସୁ, ଓ ଭେଜାଙ୍ଗିବାଡା ଜୋନର ସମ୍ପାଦକ ଅଶୋକ ମଣ୍ଡଳଙ୍କ ସହ ଅନ୍ୟାନ୍ୟ କର୍ମକର୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲୋ ପୂଜା ଆରମ୍ଭ ପରେ ନିକଟସ୍ଥ ମଣ୍ଡପରେ ଏକ ସଭାର ଆୟୋଜନ କରା ଯାଇଥିଲ।। ଏହି ସଭାରେ ମଂଚାସୀନ ଅତିଥି ମାନେ ଗ୍ରାମବାସୀଙ୍କୁ ନବଦୁର୍ଗା ପୂଜାର ଅଭିନନ୍ଦନ ଜଣାଇବା ସହ ଶାନ୍ତି ଶୃଙ୍ଖଳା ଭାବେ ପୁଜା କାର୍ଯ୍ୟ ସମାପନ କରିବା ସହ ଯୁବପୀଢିଙ୍କୁ ଅସାମାଜିକ କା ର୍ଯ୍ୟରୁ ଦୂରେଇ ରହିବା ପାଇଁ ଥାନା ଅଧିକାରୀ ଶ୍ରୀ ବିଶ୍ୱାଳ ପରାମର୍ଶ ଦେଇଥିଲୋ ସେହିପରି ଯୁବ ସମାଜ ପୂର୍ୱଜଙ୍କ ପରମ୍ପରା ଅନୁଯାୟୀ ମା ଦୁର୍ଗାଙ୍କ ପୁଜା ରୀତି ନୀତି ଅନୁସାରେ ଅଂଶଗ୍ରହଣ କରି ଶାନ୍ତି ଶୁଙ୍ଖଳା ଭାବେ ମାଙ୍କ ପୂଜା ସମପନ ନିମନ୍ତେ ଉତ୍ସାହିତ କରିଥିଲୋ

Leave a Reply

Your email address will not be published. Required fields are marked *